ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR
ଦେଶର ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କରାଯିବ ବୋଲି ଘୋଷଣା କରାଯାଇଛି । ପର୍ଯ୍ୟାୟକ୍ରମେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।
ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଏସଆଇଆର ସଫଳ ଭାବରେ କାର୍ଯ୍ୟକାରୀ ହେବା ପରେ, ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ମନୋନୀତ ରାଜ୍ୟରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟରେ, ଏହା ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଜ୍ଞାନେଶ କୁମାର କହିଛନ୍ତି ବିହାରରେ ଏସଆଇଆର ପରେ, ଦେଶର ସମସ୍ତ ୩୬ଟି ରାଜ୍ୟ ନିର୍ବାଚନ କମିଶନରଙ୍କ ସହିତ ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଆମେ ଏକ ନିଷ୍ପତ୍ତିରେ ପହଞ୍ଚିଛୁ ।
ଯେଉଁ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ SIR କାର୍ଯ୍ୟକାରୀ କରାଯିବ ସେଗୁଡ଼ିକ ହେଲା ଆଣ୍ଡାମାନ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ଵୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ।
ଜ୍ଞାନେଶ କୁମାର ଆହୁରି କହିଛନ୍ତି ଯେ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ତାଲିକାରେ ଯୋଗ୍ୟ ଭୋଟରମାନଙ୍କୁ ଯୋଡିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମଗୁଡ଼ିକୁ ହଟାଇବା।
Powered by Froala Editor