ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ । ନିର୍ବାଚନ କମିଶନ ଆଜି ଅପରାହ୍ନ ୪ଟା ୧୫ ମିନିଟରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ସୂଚନା ଅନୁସାରେ ଏସଆଇଆରର ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଜ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । କାରଣ ୨୦୨୬ରେ ଏହି ରାଜ୍ୟ ଗୁଡିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୨୬ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହି ସବୁ ରାଜ୍ୟରେ ଏସଆଇଆର ସମ୍ପୂର୍ଣ୍ଣ କରାଯିବ । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ସମ୍ବୋଧିତ କରିବେ ।
Powered by Froala Editor