ଛାଡ଼ପତ୍ର ପରେ ମସ୍ତିଷ୍କ ଆନ୍ୟୁରିଜମ୍ ରୋଗରେ ପୀଡିତ କିମ୍
ଆମେରିକାର ଚର୍ଚ୍ଚିତ ଚେହେରା କିମ୍ କାର୍ଦାସିଆନ। ହଲିଉଡ୍ର ଗ୍ଲାର୍ମର ଜଗତ ସହ ଜଡ଼ିତ ଥିବା ଏହି ଅଭିନେତ୍ରୀ ଅଜବଗଜବ ଫ୍ୟାଶନ ସେନ୍ସ ସହ ବିଳାସମୟ ଲାଇଫଷ୍ଟାଇଲ୍ ଲାଗି ଲୋକେ ତାଙ୍କୁ ଫଲୋ କରନ୍ତି। ହେଲେ ଏବେ ସେ ଅସୁସ୍ଥ ଥିବା ଖବର ମିଳିବା ପରେ ପ୍ରଶଂସକ ଚିନ୍ତିତ ହୋଇପଡ଼ିଛନ୍ତି।
କାର୍ଦାସିଆନଙ୍କ ଶୋ’ ‘କିପିଂ ଅଫ୍ ଦ କାର୍ଦାସିଆନ୍’’ରେ ବଡ଼ ଖୁଲାସା କରିଥିଲେ। ସେ ବ୍ରେନ୍ ଏନ୍ୟୁରିଜିମ୍(Brain Aneurysm)ରେ ପୀଡ଼ିତ। ୨୦୨୨ରେ ସ୍ବାମୀ କ୍ୟାନ୍ୟେ ଓ୍ବେଷ୍ଟଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଏହି ଚାପ ତାଙ୍କ ରୋଗର କାରଣ ସାଜିଥିଲା। ଏହି ରୋଗ ଏଭଳି ଏକ ଅବସ୍ଥା ଯେଉଁଥିରେ ମସ୍ତିଷ୍କର ରକ୍ତବାହୀ(ବ୍ଲଡ୍ ଭେସେଲ୍ସ)ର ଏକ ଅଂଶ ଦୁର୍ବଳ ହୋଇ ଫୁଲିଯାଏ। ସେଥିରେ ରକ୍ତ ପରିପୂର୍ଣ୍ଣ ହୋଇଯାଏ। କିମ୍ଙ୍କ ଅସୁସ୍ଥତାକୁ ନେଇ ଖୁଲାସା ପରେ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।
କିମ୍ ହଲିଉଡ୍ ଗ୍ଲାମର ଶିଳ୍ପର ସବୁଠାରୁ ବଡ଼ ନାମ ମଧ୍ୟରୁ ଜଣେ। କିମ୍ କେବଳ ଆମେରିକୀୟ ଟେଲିଭିଜନରେ ପ୍ରସିଦ୍ଧ ନୁହଁନ୍ତି, ବରଂ ଭାରତରେ ମଧ୍ୟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶଂସକ ଅଛନ୍ତି। ଲୋକମାନେ ତାଙ୍କୁ ତାଙ୍କର ସ୍ପଷ୍ଟବାଦୀତା ଏବଂ ଅଦ୍ଭୁତ ଫ୍ୟାଶନ୍ ସେନ୍ସ ପାଇଁ ଜାଣନ୍ତି। ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ତାଙ୍କୁ ଅନୁସରଣ କରାଯାଏ। ଏବେ ଯାଏ ସେ ୩ ଥର ବିବାହ କରିଛନ୍ତି।
Powered by Froala Editor