ବଡ଼ ଶିକ୍ଷା ପାଇଲି, ଏମିତି ଲେଖି ବିଗ୍ ବି’ଙ୍କୁ ଭୁଲ୍ ମାଗିଲେ ଇଶିତ୍
ଲୋକପ୍ରିୟ ରିଆଲିଟି ସୋ’ କୌନ୍ ବନେଗା କରୋଡପତି-୧୭(KBC-17)ରେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ ଇଶିତ୍। ହଟ୍ ସିଟ୍ରେ ବସିବା ପରେ ଇଶିତ ଅମିତାଭ ବଚ୍ଚନଙ୍କୁ ଅପମାନିତ କରିଥିଲେ। ବିଗ୍ ବି ପ୍ରଶ୍ନ କରିବା ସମୟରେ ବାରମ୍ବାର ବାଧା ଦେବା ସହ କୁଇଜ୍ ନିୟମ ଶୁଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।
ଏହି ସମୟରେ ବିଗ୍ ବିଙ୍କ ସହ ତାଙ୍କ କଥାବାର୍ତ୍ତାକୁ ନାପସନ୍ଦ କରିଥିଲେ ସୋସିଆଲ ମିଡିଆରେ ବ୍ୟବହାରକାରୀ। ତାଙ୍କର ଭିଡିଓ ଭାଇରାଲ ହୋଇଥିବା ବେଳେ ମାତାପିତା ଇଶିତ୍ଙ୍କୁ ସଂସ୍କାର ଶିଖାଇ ନଥିବା କହି ଅନେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ। ଏବେ ଇନଷ୍ଟାଗ୍ରାମ ଜରିଆରେ ଇଶିତ ଭଟ୍ଟ ତାଙ୍କ ଆଚରଣ ପାଇଁ ବିଗ୍ ବିଙ୍କୁ କ୍ଷମା ମାଗିଛନ୍ତି।
ଇଶିତ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହାର କ୍ୟାପସନରେ ଲେଖାଅଛି, "କୌନ୍ ବନେଗା କରୋଡପତିରେ ମୋର ଆଚରଣ ପାଇଁ ମୁଁ ଆନ୍ତରିକ ଭାବରେ କ୍ଷମା ମାଗିବାକୁ ଚାହୁଁଛି। ମୁଁ ଟିକେ ଡରି ଯାଇଥିଲି, ଏବଂ ମୋର ଆଚରଣ ସମ୍ପୂର୍ଣ୍ଣ ଭୁଲ ଥିଲା। କାହାକୁ ଖରାପ ବ୍ୟବହାର କରିବାର ଉଦ୍ଦେଶ୍ୟ ମୋର ନଥିଲା। ମୁଁ ଅମିତାଭ ବଚ୍ଚନ ସାର୍ ଏବଂ ସମଗ୍ର KBC ଦଳକୁ ବହୁତ ସମ୍ମାନ କରେ। ଏହି ଘଟଣା ପରେ ମୁଁ ଏକ ବଡ଼ ଶିକ୍ଷା ପାଇଲି।"
Powered by Froala Editor