ଏହି ଲୋକଙ୍କ ଠାରୁ ସର୍ବଦା ରୁହନ୍ତୁ ଦୂରରେ
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି, ଦୁଃଖ ଦେଇଥାନ୍ତି।
ରାଜା, ଗଣିକା, ଯମ, ଅଗ୍ନି, ତସ୍କର, ବାଳକ, ଯାଚକ ଏବଂ ଗ୍ରାମ କଣ୍ଟକ(ଗ୍ରାମବାସୀଙ୍କୁ ଅସୁବିଧାରେ ପକାଉଥିବା) ୮ ପ୍ରକାର ବ୍ୟକ୍ତି ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଜାଣି ପାରନ୍ତି ନାହିଁ। ଏମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି। ଏଣୁ ମଣିଷମାନେ ଏମାନଙ୍କଠାରୁ ଦୟା ଆଶା କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି।
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ମଣିଷକୁ କେବେହେଲେ କୌଣସି ଅସହାୟ ଏବଂ ପୀଡ଼ିତ ବ୍ୟକ୍ତିର ଉପହାସ କରିବା ଉଚିତ ନୁହେଁ। କାରଣ ଏଭଳିି ତା ସହ ମଧ୍ୟ ଘଟିପାରେ।
Powered by Froala Editor