‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି’ର ନୂଆ ସିଜିନରେ ଆସିବେ ବିଲ୍ ଗେଟ୍ସ
‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି’ ଏହାର ନୂଆ ସିଜିନ ସହିତ ପୁଣି ଥରେ ଛୋଟ ପରଦାରେ ଚହଳ ସୃଷ୍ଟି କରୁଛି। ଦ୍ୱିତୀୟ ସିଜିନରେ, ସ୍ମୃତି ଇରାନୀଙ୍କ ‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି-୨’ ଆଗାମୀ ଏପିସୋଡ ଗୁଡ଼ିକରେ ଏକ ବଡ଼ ମୋଡ଼ ଦେବାକୁ ଯାଉଛି। ଶୋ’ର ପ୍ରୋମୋରେ, ଏହା ଦେଖାଯାଉଛି ଯେ ସ୍ମୃତି ଇରାନୀଙ୍କ ସହ ଭିଡିଓ କଲରେ ଦେଖାଯାଉଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ବିଲ ଗେଟ୍ସ। ହଁ, ଏହା ସତ୍ୟ ଯେ ତୁଳସୀ ଏବେ ବିଲ ଗେଟ୍ସଙ୍କ ସହ କଥା ହେଉଥିବାର ଦେଖାଯିବେ। ଅଭିନେତ୍ରୀ ନିଜେ ଏକ ମିଡିଆ ହାଉସ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ଭାଇରାଲ ଖବରକୁ ନିଶ୍ଚିତ କରିଛନ୍ତି।
ସୂତ୍ର ଅନୁଯାୟୀ, ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦୀର୍ଘ ଦିନ ଧରି ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାମ କରିଆସୁଛି। ସୋ’ ସହିତ ଜଡ଼ିତ ସୂତ୍ରରୁ ପ୍ରକାଶ, ସେମାନେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏକ ଟ୍ରାକ୍ ସୁଟିଂ କରିଛନ୍ତି। ଏହି ଏପିସୋଡ୍ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ସୃଷ୍ଟି କରାଯାଇଛି, ଯାହା ବାସ୍ତବ ଦୁନିଆରେ ମଧ୍ୟ ଏହି ଦିଗରେ କାର୍ଯ୍ୟ କରେ।
ଅଭିନେତ୍ରୀ କହିଛନ୍ତି, ‘ଏହା ଭାରତୀୟ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଏହା ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ମୁଖ୍ୟଧାରାରେ ସାମିଲ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ।’ ଏହା ବିଲ ଗେଟ୍ସଙ୍କର ଦ୍ୱିତୀୟ ଟିଭି ଆପିୟରନ୍ସ ହେବ।
Powered by Froala Editor