ଦୀପାବଳିରେ ମିଠା ଜିଲେପି ତିଆରି କଲେ ରାହୁଲ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦୀପାବଳୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ମିଠା ଓ ଜିଲେପି ତିଆରି କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରାହୁଲ ତାଙ୍କର ଏହି ଅନନ୍ୟ ଉପାୟରେ ଦୀପାବଳି ପାଳନର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ ମିଠା ଦୋକାନ ମାଲିକଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ରାହୁଲ ଦୋକାନରେ ଛିଡ଼ା ହୋଇ ଜିଲେପି ଛାଣୁ ଥିବା ଦେଖିବାକୁ ମିଳୁଛି।
ରାହୁଲ ଏକ ଭିଡିଓ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଘଣ୍ଟେୱାଲାରେ ଇମରତି ଓ ଲଡ୍ଡୁ ହାତରେ ବନାଇବାକୁ ଚେଷ୍ଟା କଲି। ଶତାବ୍ଦୀ ପୁରୁଣା ଏହି ଦୋକାନର ମିଠା ଏବେ ବି ପାରମ୍ପରିକ ଓ ହୃଦୟସ୍ପର୍ଶୀ। ଦୀପାବଳୀର ମିଠା କେବଳ ଥାଳିରେ ନୁହେଁ, ସମ୍ପର୍କ ଓ ସମାଜରେ ମଧ୍ୟ।” ସେ ପଚାରିଛନ୍ତି, “ଆପଣ ଦୀପାବଳୀ କିପରି ମନାଉଛନ୍ତି?”
ଦୋକାନ ମାଲିକ ରାହୁଲଙ୍କୁ କହିଛନ୍ତି, “ଆମେ ଆପଣଙ୍କ ନାନା ନେହେରୁ, ଦାଦୀ ଇନ୍ଦିରା, ବାପା ରାଜୀବ ଓ ଦିଦି ପ୍ରିୟଙ୍କାଙ୍କୁ ମିଠା ଦେଇଛୁ। ଏବେ କେବଳ ଆପଣଙ୍କ ବିବାହର ଅପେକ୍ଷା। ଶୀଘ୍ର ବିବାହ କରନ୍ତୁ, ମିଠା ଆମ ଠାରୁ ନିଅନ୍ତୁ।”
Powered by Froala Editor