'ନୂଆପଡା ପ୍ରଚାରରେ ବିକ୍ରମଙ୍କୁ ଦୂରେଇ ରଖିବାକୁ ଷଡଯନ୍ତ୍ର'
ଭୁବନେଶ୍ବର: ବିଜେପି ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଜେଡି କର୍ମୀ ଓ ନେତାମାନେ ଏସପି ଅଫିସ ଘେରାଉ କରିଛନ୍ତି । ବିଳମ୍ବିତ ରାତିରେ ବିକ୍ରମଙ୍କୁ ଉଠାଇ ନେଇ ଅଟକ ରଖି ଜେରା କରିବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିକ୍ରମଙ୍କୁ ଗିରଫର କୌଣସି ଠୋସ୍ ଆଧାର ନାହିଁ ବୋଲି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ କହିଛନ୍ତି । ନୂଆପଡା ପ୍ରଚାରରେ ବିକ୍ରମଙ୍କୁ ଦୂରେଇ ରଖିବାକୁ ଷଡଯନ୍ତ୍ର କରାଯାଇଛି ।
Powered by Froala Editor