ପୀତବାସ ପଣ୍ଡା ହତ୍ୟା ମାମଲା: ଗିରଫ ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
ଭୁବନେଶ୍ବର: ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ । ବିକ୍ରମଙ୍କ ସମେତ ଅନ୍ୟ ୪ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ । ସମସ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି ।
ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ଗିରଫ କରିଛି । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ରାଜନୈତିକ ଶତ୍ରୁତାକୁ ଲିଙ୍କ ନେଇ ଖୋଳତାଡ କରୁଥିଲା ।
Powered by Froala Editor