ପାଚେରୀ ଡେଇଁ କଏଦୀ ଫେରାର
ସୋର: ସବ ଜେଲରୁ ଜଣେ କଏଦୀ ଫେରାର ହୋଇଯାଇଛି l ଝାଡ଼ଖଣ୍ଡ ରାଜ୍ୟର ଦୀପକ ରାଏ ଏକ ଚୋରି କେସରେ ସିମୁଳିଆ ପୋଲିସ ଦ୍ୱାରା ଗିରଫ ହୋଇ ସୋର ଜେଲରେ ଥିବା ବେଳେ ଦୀପକ ପାଚେରୀ ଡେଇଁ ଫେରାର ହୋଇଯାଇଛି l
ସନ୍ଧ୍ୟା ସମୟରେ କଏଦୀମାନଙ୍କୁ ଗଣତି ସମୟରେ ଜଣେ କଏଦୀ କମ ଥିବା ଜାଣିବାକୁ ପାଇଥିଲେ ଜେଲର କତୃପକ୍ଷ l ସବଜେଲ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ନମିଲିବାରୁ ସୋର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ସବଜେଲର ବୈଲୋଚନ ଦାସ l
Powered by Froala Editor