ପାକିସ୍ତାନରେ ଆକ୍ରମଣ, ୫ ସୈନିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦିନ ରାତି ଆତଙ୍କର ଛାୟାରେ ଜୀବନ କାଟୁଛି । ଆତଙ୍କବାଦ ପାକିସ୍ତାନ ସେନା ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲଗାତାର ଦ୍ୱିତୀୟ ଦିନରେ ପାକିସ୍ତାନରେ ଆକ୍ରମଣ ହୋଇଛି । ଆଜି ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ପାକିସ୍ତାନକୁ ସେନାକୁ ପୁଣି ଥରେ ଟାର୍ଗେଟ କରି ଆକ୍ରମଣ କରିଛି । ଏହି ଆକ୍ରମଣରେ ୫ଜଣ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ସୈନିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
Powered by Froala Editor