ପୁତ୍ର ସନ୍ତାନର ମା’ ହେଲେ ପରିଣୀତି
ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ପୁଅ ଜନ୍ମ ହୋଇଛି। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତିଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି । ରାଘବ ଇଂଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ଲେଖିଛନ୍ତି, “ମୋ ପୁଅ ଆସିଛି। ଆମ କୋଳ ଓ ହୃଦୟ ଭରି ଗଲା। ପ୍ରଥମେ ଆମେ ଦୁହେଁ ଥିଲୁ, ଏବେ ଆମେ ପୂର୍ଣ୍ଣ ହେଲୁ।” ଏହି ପୋଷ୍ଟକୁ ଅନେକ ଲୋକ ଲାଇକ କରିଛନ୍ତି। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ହୁମା କୁରେଶୀ ହୃଦୟ ଇମୋଜି ଦେଇ ଶୁଭେଚ୍ଛା ଜଣାଇଛନ୍ତି। କ୍ରିତି ସାନନ ଓ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ମଧ୍ୟ ଶୁଭକାମନା ଦେଇଛନ୍ତି।
ପରିଣୀତି ଚୋପ୍ରାଙ୍କୁ ୩୬ ବର୍ଷ ବୟସ। ସେ ଦୀର୍ଘ ସମୟ ଡେଟିଂ ପରେ ରାଘବ ଚଢ଼ାଙ୍କୁ ୨୦୨୩ ସେପ୍ଟେମ୍ବରରେ ବିବାହ କରିଥିଲେ ଏବଂ ଏବେ ମା’ ହୋଇଛନ୍ତି। କିଛି ଦିନ ତଳେ ସେ ଜଣାଇଥିଲେ ଯେ ସେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ତାଙ୍କ ଘରେ ଏକ ଛୋଟ ଅତିଥି ଆସିବାକୁ ଯାଉଛି। ସେମାନେ ଏକ କେକର ଫଟୋ ସେୟାର କରି ଲେଖିଥିଲେ, “ଆମର ଛୋଟ ଶିଶୁ ଆସୁଛି। ଆଶୀର୍ବାଦ ଦିଅ।”
Powered by Froala Editor