ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ପଞ୍ଜାବରେ ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ସିରହିନ୍ଦ ଷ୍ଟେସନ ଅତିକ୍ରମ କରିବା ମାତ୍ରେ କୋଚ୍ ନମ୍ବର ୧୯ରୁ ଧୂଆଁ ବାହାରିବାକୁ ଲାଗିଥିଲା, ଯାହା ଫଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇବା ଆରମ୍ଭ କରିଥିଲେ ।
୧୯ନମ୍ବର କୋଚରେ ଅନେକ ବ୍ୟବସାୟୀ ଥିଲେ, ଯେଉଁମାନେ କି ଚେନ୍ ଟାଣି ଟ୍ରେନକୁ ଅଟକାଇ ଦେଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କୁହାଯିବାରୁ ଜୀବନ ବିକଳରେ ଯାତ୍ରୀମାନେ ଓହ୍ଲାଇବାରେ ଲାଗିଥିଲେ । ଟ୍ରେନର ୨ରୁ ୪ଟି ବଗି ଜଳିଯାଇଥିବା ସୂଚନା ମିଳିଛି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଇଛି ।
Powered by Froala Editor