ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ମୋ ପାଇଁ ବହୁତ ସହଜ: ଟ୍ରମ୍ପ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବେ ଡୋନାଲ୍ଡ ଟ୍ରମ୍ପ । ଏହାର ସମାଧାନ କରିବା ମୋ ପାଇଁ ବହୁତ ସହଜ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଯୁଦ୍ଧ ବନ୍ଦ କରିବା ସହ ନବମ ଯୁଦ୍ଧ ବନ୍ଦ କରିବା ନେଇ କହିଛନ୍ତି ଟ୍ରମ୍ପ । ଏହାସହିତ ଟ୍ରମ୍ପ କହିଛନ୍ତି ମୁଁ ଆମେରିକାକୁ ଏକ ମହାଶକ୍ତି କରିବାକୁ ଚାହୁଁଛି, ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛି । ଟ୍ରମ୍ପ କହିଛନ୍ତି ଯେ ମୁଁ ଲୋକଙ୍କୁ ହତ୍ୟା କରିବାରେ ପସନ୍ଦ କରେନାହିଁ । ଯେକୌଣସି ଯୁଦ୍ଧ ହେଉ ମୁଁ ଏହାକୁ ରୋକିବାକୁ ପ୍ରୟାସ କରିଥାଏ । ଆଜି ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
Powered by Froala Editor