ଶକ୍ତିଶାଳୀ ଔଷଧ ଅଶ୍ୱଗନ୍ଧା
ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ। ମୁଖ୍ୟତଃ ଯଦି ଆପଣ ଏହାକୁ ମହୁ ସହିତ ମିଶାଇ ଖାଆନ୍ତି, ତେବେ ଏହି ମିଶ୍ରଣ ଆପଣଙ୍କ ଶରୀର ପାଇଁ ସର୍ବୋତ୍ତମ। ଏଥିରୁ ଅନେକ ଲାଭ ମିଳିପାରିବ। ଜାଣନ୍ତୁ ଏ ସମ୍ପର୍କରେ…
ଚାପ ହ୍ରାସ ପାଇବ :
ଅଶ୍ୱଗନ୍ଧାରେ ପ୍ରାକୃତିକ ଆଡପ୍ଟୋଜେନ ଥାଏ, ଯାହା ଚିନ୍ତା ଏବଂ ଚାପକୁ ହ୍ରାସ କରେ।ଏହାକୁ ମହୁ ସହିତ ମିଶାଇ ସେବନ କଲେ ଅଧିକ ଲାଭଦାୟକ ହୋଇଥାଏ।
ପାଚନକ୍ରିୟା ଉନ୍ନତ କରେ:
ଅଶ୍ୱଗନ୍ଧା ଏବଂ ମହୁ ଉଭୟ ପାଚନ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରେ। ଏହା ଭୋକ ବଢ଼ାଇଥାଏ, ଗ୍ୟାସ୍ ଏବଂ ଏସିଡିଟି ହ୍ରାସ କରିଥାଏ।
ଭଦ ନିଦ ହୁଏ:
ଯଦି ଆପଣଙ୍କର ଅନିଦ୍ରା ଅଛି କିମ୍ବା ନିଦ ବାରମ୍ବାର ବାଧାପ୍ରାପ୍ତ ହେଉଛି, ତେବେ ରାତିରେ ଏହି ମିଶ୍ରଣ ସେବନ ଲାଭଦାୟକ ହୋଇଥାଏ। ଏହା ମନକୁ ଶାନ୍ତ କରେ ଏବଂ ଗଭୀର ନିଦ୍ରା ଆଣିବାରେ ସାହାଯ୍ୟ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
ଥକ୍କାପଣ ଦୂର ହେବ:
ଦୁର୍ବଳତା, ଥକ୍କାପଣ କିମ୍ବା କମ୍ ଶକ୍ତି ଥିବା ଲୋକଙ୍କ ପାଇଁ ଏହି ମିଶ୍ରଣ ଅତ୍ୟନ୍ତ ଲାଭଦାୟକ। ଅଶ୍ୱଗନ୍ଧା ଷ୍ଟାମିନା ବା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ, ଯେତେବେଳେ ମହୁ ସହିତ ମିଶାଇ ସେବନ କରାଯାଏ।
Powered by Froala Editor