ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଫୋନରେ ଆଲୋଚନା, ଏକ୍ସରେ ପୋଷ୍ଟ କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଫୋନରେ ଆଲୋଚନା ହୋଇଛି । ଦୁଇ ରାଷ୍ଟ୍ରମୁଖ୍ୟ ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ, ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମେତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ପୁଟିନ୍ ଗାଜା ଶାନ୍ତି ଚୁକ୍ତିନାମା ପାଇଁ ଟ୍ରମ୍ପଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଫୋନ୍ କଲ୍ ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ପୁଟିନଙ୍କ ସହ ତାଙ୍କର କଥାବାର୍ତ୍ତା ସେୟାର କରିଥିଲେ । ଟ୍ରମ୍ପ କହିଛନ୍ତି ଯେ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଫୋନ୍ କଲ୍ ରେ ୟୁକ୍ରେନ୍ ସହ ଯୁଦ୍ଧ ସମାପ୍ତ ବିଷୟରେ ଆଲୋଚନା କରିଛନ୍ତି ।
Powered by Froala Editor