ତିନି ଥର କପିଲ ଶର୍ମାଙ୍କ କାଫେରେ ଫାୟାରିଂ
କାନାଡାରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଥରେ ଫାୟାରିଂରେ ହୋଇଛି। ତିନି ଥର ଫାୟାରିଂ କରାଯାଇଥିବା ଦାବି କରାଯାଉଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି।
ବିଷ୍ନୋଇ ଗ୍ୟାଙ୍ଗ ଗୁଳିକାଣ୍ଡର ଦାୟିତ୍ୱ ନେଇ କହିଛି, “ମୁଁ, କୁଲବୀର ସିଦ୍ଧୁ ଏବଂ ଗୋଲ୍ଡୀ ଢିଲୋନ ସରେର କାଫେରେ ଘଟିଥିବା ତିନୋଟି ଗୁଳିକାଣ୍ଡର ଦାୟିତ୍ୱ ନେଉଛି। ଆମର ସାଧାରଣ ଲୋକଙ୍କ ସହିତ କୌଣସି ଶତ୍ରୁତା ନାହିଁ। ଯେଉଁମାନଙ୍କ ସହିତ ଆମର ବିବାଦ ଅଛି ସେମାନେ ଆମଠାରୁ ଦୂରେଇ ରହିବା ଉଚିତ। ଯେଉଁମାନେ ବେଆଇନ (ଅବୈଧ) କାମ କରନ୍ତି ଏବଂ ଲୋକଙ୍କୁ ଟଙ୍କା ଦିଅନ୍ତି ନାହିଁ ସେମାନେ ମଧ୍ୟ ପ୍ରସ୍ତୁତ ରହିବା ଉଚିତ। ଯେଉଁମାନେ ବଲିଉଡରେ ଧର୍ମ ବିରୁଦ୍ଧରେ କଥା କୁହନ୍ତି ସେମାନେ ମଧ୍ୟ ପ୍ରସ୍ତୁତ ରହିବା ଉଚିତ; ଗୁଳି ଯେକୌଣସି ସ୍ଥାନରୁ ଆସିପାରେ।”
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କପିଲ ଶର୍ମାଙ୍କ କାଫେ ଉପରେ ଫାୟାରିଂ ହୋଇଥିଲା। କାପ୍ସ କାଫେ ଉପରେ ଆକ୍ରମଣ ଅଗଷ୍ଟ ପହିଲାରେ ଆକ୍ରମଣ ହୋଇଥିଲା। ଏକ ମାସ ଭିତରେ ପୁଣି ଦ୍ବିତୀୟ ଥର ଆକ୍ରମଣ ହୋଇଥିଲା। ଏଥିରେ ୨୫ ରାଉଣ୍ଡ ଫାୟାରିଂ ହୋଇଥିଲା। ସେତେବେଳେ ମଧ୍ୟ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡ଼ିତ ଗୋଲ୍ଡି ଢିଲ୍ଲୋ ସୋସିଆଲ ମିଡିଆ ପୋଷ୍ଟରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଆଉ କପିଲ ଶର୍ମାକୁ ଧମକ ଦେଇଥିଲା।
Powered by Froala Editor