ଗୁଜରାଟରେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା
ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ବାକି ସମସ୍ତ ମନ୍ତ୍ରୀ ଦେଇଦେଲେ ଇସ୍ତଫା । ଜଣେ ବରିଷ୍ଠ ଭାଜପା ନେତା ପୂର୍ବରୁ କହିଥିଲେ ଯେ ଆଗାମୀ କ୍ୟାବିନେଟ ବିସ୍ତାରରେ ରାଜ୍ୟରେ ପ୍ରାୟ ୧୦ ଜଣ ନୂତନ ମନ୍ତ୍ରୀ ମିଳିପାରନ୍ତି ଏବଂ ପ୍ରାୟ ଅଧା ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ବଦଳାଯାଇପାରେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ ବିସ୍ତାର ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ହେବ।
ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯିବା ପରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ତ୍ରୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ, ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଥିଲେ ।
ଏହି ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଏହି ଘଟଣା ଉପରେ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।
Powered by Froala Editor