ପୁତ୍ର ସନ୍ତାନର ମା’ ହେଲେ ତମନ୍ନା, ଜେଜେମା’ ବନିଗଲେ ନମିତା
ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପରିବାର ପାଇଁ ଖୁସି ଖବର ଆସିଛି । ନମିତାଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓ ବୋହୂ ତମନ୍ନାଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି । ଆଉ ଏନେଇ ଅଗ୍ରୱାଲ ପରିବାରରେ ଖୁସିର ମାହୋଲ ଖେଳିଯାଇଛି । ସିଦ୍ଧାର୍ଥ ଓ ତମନ୍ନା ଇନ୍ଷ୍ଟ୍ରଗାମରେ ଏକ ଭିଡିଓ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। କିଛିଦିନ ତଳେ ନମିତା ଏକ ପାର୍ଟିରେ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ଖୋଦ ସିଦ୍ଧାର୍ଥ ଓ ତମନ୍ନା ଏନେଇ ସୂଚନା ଦେଇଥିବାବେଳେ ନମିତା ବି ନାରୀ ଜୀବନର ଆଉ ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇଛନ୍ତି ।
ଉଲ୍ଲେଖ ଥାଉ କି ୨୦୨୪ ମସିହା ଜାନୁୟାରୀରେ ସିଦ୍ଧାର୍ଥ ଅଗ୍ରୱାଲ ଓ ଓଡ଼ିଆ ଅଭିନେତ୍ରୀ ତମନ୍ନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ସିଦ୍ଧାର୍ଥ ଅଗ୍ରୱାଲ ଦାୟିତ୍ୱ ସମ୍ଭାଳୁଥିବାବେଳେ ଓଡ଼ିଆ ସିନେମା ଜଗତରେ ଅଭିନୟ କରିଛନ୍ତି ତାଙ୍କ ପତ୍ନୀ ତମନ୍ନା। ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ ।
Powered by Froala Editor