ନୂଆପଡ଼ା ନିର୍ବାଚନ: ବିଜେଡି ପ୍ରାର୍ଥୀ ପାଇଁ ମଇଦାନକୁ ଓହ୍ଲାଇବ କିଏ ?
ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ଜୟ ବିଜେପିରୁ ନିର୍ବାଚନ ଲଢିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଆଜି ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଜୟଙ୍କୁ ପ୍ରାର୍ଥୀ କରି ବିଜେପି ଉପନିର୍ବାଚନରେ ବାଜି ମାରିବାକୁ ପୁରା ପ୍ରସ୍ତୁତି କରିଛି ।
ସେପଟେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦ ତାରିଖ ଥିବାବେଳେ ଏ ପର୍ଯ୍ୟନ୍ତ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିନାହିଁ। ଗତକାଲି ବିଜେଡି ର ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନା ବେଶ ଚର୍ଚ୍ଚାର ଥିଲାବେଳେ ଆଜି କିନ୍ତୁ ଅନ୍ୟ ନା ଶୁଣିବାକୁ ମିଳୁଛି। ନୂଆପଡ଼ା ସଦର ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନାଁ କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହାସହ ଜଣେ ଆଦିବାସୀ ଚେହେରା ଭାବରେ ଦୁଇ ଦୁଇ ଥରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ ଙ୍କ ନା ମଧ୍ୟ ଶୁଣିବାକୁ ମିଳୁଛି । ଏବେ ଅପେକ୍ଷା ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି ।
Powered by Froala Editor