ବନ୍ଦ ହୋଇଯିବ ଏମ୍ ଟିଭିର ମ୍ୟୁଜିକ୍ ଚ୍ୟାନେଲ୍
ଏମ୍ ଟିଭିର ପାଞ୍ଚଟି ପ୍ରତିଷ୍ଠିତ ମ୍ୟୁଜିକ୍ ଚ୍ୟାନେଲ୍ ବନ୍ଦ ହୋଇଯିବ । ସେହି ୫ଟି ପ୍ରତିଷ୍ଠିତ ଚ୍ୟାନେଲ୍ ହେଲା ଏମ୍ ଟିଭି ମ୍ୟୁଜିକ୍, ଏମ୍ ଟିଭି ୮୦ଏସ, ଏମ୍ ଟିଭି ୯୦ଏସ, କ୍ଲବ ଏମ୍ ଟିଭି ଓ ଏମ୍ ଟିଭି ଲାଇଭ୍। ଆସନ୍ତା ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସ୍ଥାୟୀ ଭାବରେ ପ୍ରସାରଣ ବନ୍ଦ ହୋଇଯିବ।
ଏହି ଚ୍ୟାନେଲ୍ଗୁଡ଼ିକ ବନ୍ଦ ହେବା ଫଳରେ ପ୍ରଥମେ ୟୁରୋପ ଓ ଆୟର୍ଲାଣ୍ଡ ଦେଶ ଅଧିକ ପ୍ରଭାବିତ ହେବ। ତା' ପରେ ଅଷ୍ଟ୍ରେଲିଆ, ପୋଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗରୀ ଏବଂ ବ୍ରାଜିଲ୍ ମଧ୍ୟ ପ୍ରଭାବିତ ହେବ।
ସୂଚନା ମୁତାବକ, ଏମ୍ ଟିଭି ମ୍ୟୁଜିକ୍ ଚ୍ୟାନେଲ୍ଗୁଡ଼ିକ ବନ୍ଦ ହେବାର ମୂଳ କାରଣ ହେଉଛି, ଦର୍ଶକମାନେ ୟୁଟ୍ୟୁବ, ଟିକଟକ୍ ଓ ସ୍ପଟିଫାଏ ଭଳି ପ୍ଲାଟଫର୍ମକୁ ବେଶୀ ପସନ୍ଦ କରୁଛନ୍ତି, ଯାହା ଫଳରେ ପାରମ୍ପରିକ ମ୍ୟୁଜିକ୍ ଟେଲିଭିଜନର ଚାହିଦା ହ୍ରାସ ପାଇଛି। ଏବେ କେବଳ ମୁଖ୍ୟ ଏମ୍ ଟିଭି ଚ୍ୟାନେଲରେ ପ୍ରସାରଣ ଜାରି ରହିବ। ଚ୍ୟାନେଲ ଏବେ ମ୍ୟୁଜିକ୍ ବିଷୟବସ୍ତୁ ଅପେକ୍ଷା ରିଆଲିଟି ସୋ' ଉପରେ ଧ୍ୟାନ ଦେବ।
ପୂର୍ବତନ ଏମ୍ ଟିଭି ଭିଜେ, ସିମୋନ ଆଞ୍ଜେଲ ତାଙ୍କର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, "ଏମ୍ ଟିଭି ୧୯୮୧ ମସିହାରେ ଏକ ୨୪ ଘଣ୍ଟିଆ ମ୍ୟୁଜିକ୍ ଚ୍ୟାନେଲ୍ ଭାବରେ ଆରମ୍ଭ ହେବା ପରଠାରୁ ହଜାର ହଜାର ଦର୍ଶନକୁ ଏକଠି ବାନ୍ଧି ରଖିଥିଲା, ଯାହା ଏବେ ବନ୍ଦ ହେବାକୁ ଯାଉଛି। ମୁଁ ପ୍ରକୃତରେ ଦୁଃଖିତ ଏବଂ ମୁଁ ଏହାକୁ ବିଶ୍ୱାସ କରିପାରୁନାହିଁ। ଏମ୍ ଟିଭି ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି ଦର୍ଶକଙ୍କୁ ସବୁକିଛି ମିଳୁଥିଲା। ତେଣୁ ଏହା ପ୍ରକୃତରେ ମୋତେ ବହୁତ କଷ୍ଟ ଦେଇଛି।"
Powered by Froala Editor