ଡିସେମ୍ବର ୨୪ ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ଧନୁଯାତ୍ରା
ବରଗଡ଼: ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବରଗଡ଼ ପାଲଟିବ ମଥୁରା ନଗରୀ। ବରଗଡ଼ର ଅମାପାଲି ପାଲଟିବ ଗୋପପୁର। ବରଗଡ଼ ଓ ଅମାପାଲି ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଯମୁନା ପାଲଟିବ। ଯମୁନା କୂଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ଜମିବ ଗହଳି।
ଚଳିତ ବର୍ଷ ମହାରାଜ କଂସ ଓ ଅନ୍ୟ ଭୂମିକାରେ ଅଭିନୟ ପାଇଁ ନୂତନ କଳାକାର ମନୋନୟନ କରାଯିବାକୁ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ଓ ଉପଦେଷ୍ଟା ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରା ମହୋତ୍ସବ ସମିତିର ବୈଠକ ଅଧ୍ୟକ୍ଷ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ବୈଠକ ଅନୁଷ୍ଠିତ ହୋଇଥିଲା। କଳାକାର ମନୋନୟନ ପାଇଁ ତିନି ବର୍ଷ ଅବଧି ରହିଥିଲା। ଗତ ବର୍ଷ ତାହା ପୂରଣ ହୋଇଥିବାରୁ ଚଳିତ ବର୍ଷ ନୂତନ କଳାକାର ବଛାଯିବ।
Powered by Froala Editor