ମମତାଙ୍କୁ ଟାର୍ଗେଟ କରି ଏହା କହିଲେ ପ୍ରଭାତି ପରିଡା
ଭୁବନେଶ୍ବର: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଜଣେ ଓଡ଼ିଶା ଏମବିବିଏସ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ବାନାର୍ଜୀଙ୍କ ବୟାନକୁ ନେଇ ରାଜନୀତି ଜୋର ଧରିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମମତାଙ୍କୁ ଟାର୍ଗେଟ କରିବା ସହ କଡା ସମାଲୋଚନା କରିଛନ୍ତି ।
ପ୍ରଭାତି କହିଛନ୍ତି ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚିତ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ –“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ, ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଛିପାରିବୁ ।
Powered by Froala Editor