ମାଛଧରା ବୋଟ୍ ବୁଡିଗଲା, ୮ ମତ୍ସ୍ୟଜୀବୀ ସୁରକ୍ଷିତ
ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ , ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍ରେ ପାଣି ପଶିଯିବାରୁ ବୋଟ୍ଟି ବୁଡିଯାଇଛି। ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଚାଲିଆସିଥିଲେ ।
Powered by Froala Editor