ନୂଆପଡା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ଜିଲ୍ଲାପାଳ
ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ଅବସରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ଜିଲାପାଳ ମଧୁସୂଦନ ଦାସ । ବର୍ତ୍ତମାନ ନୂଆପଡାରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୪ହଜାର ୧୦୮ ଓ ମହିଳା ଭୋଟର ହେଉଛନ୍ତି ୧ଲକ୍ଷ ୨୯ହଜାର ୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ୨୧ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ବୟସ୍କ ଭୋଟରଙ୍କ ସଂଖ୍ୟା ୧୭୮୬ ଓ ଯୁବ ଭୋଟର ୯ହଜାର ୪୨୯ ଜଣ ରହିଛନ୍ତି ।
Powered by Froala Editor