ବକ୍ସ ଅଫିସରେ ରେକର୍ଡ ରୋଜଗାର କରୁଛି କାନ୍ତାରା ଚାପ୍ଟର-୧

ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। ଅଭିନୟ ବିଷୟରେ କହିବାକୁ ଗଲେ, ରିଷବଙ୍କ ଅଭିନୟ ସହିତ ମେଳ ଖାଇବା କଷ୍ଟକର। ଫିଲ୍ମ ମୁକ୍ତିଲାଭ କରିବାର ଚାରି ଦିନ ବିତିଗଲାଣି।
କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି ଫିଲ୍ମ ୨୨୩.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ଗୁରୁବାର ରିଲିଜ୍ ହେବା ଦିନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରୁ୍ମ ୬୧.୮୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଶୁକ୍ରବାର, ଶନିବାର ଏବଂ ରବିବାର ଏହି ଫିଲ୍ମ ଭାରତୀୟ ସିନେମାହଲ୍ଗୁଡ଼ିକରୁ ଯଥାକ୍ରମେ ୪୫.୪, ୫୫ ଏବଂ ୬୧.୫ କୋଟି ଟଙ୍କା ବ୍ୟବସାୟ କରିଛି। ଏହାସହ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଚଳିତ ବର୍ଷ ବିଶ୍ୱବ୍ୟାପୀ ସର୍ବାଧିକ ରୋଜଗାର କରିଥିବା ୫ ଭାରତୀୟ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି।
ରିଷଭ ଶେଟ୍ଟୀ ପ୍ରଥମ ଚଳଚ୍ଚିତ୍ର “କାନ୍ତାରା” କେବଳ କନ୍ନଡ ସିନେମା ପାଇଁ ତିଆରି କରିଥିଲେ, ଏହା ମୁକ୍ତିଲାଭ କରିବା ପରେ ସାରା ଭାରତରେ ଖୁବ ଭଲ ଆୟ କରିଥିଲା। ଏଥର, ଟାର୍ଗେଟ ଦର୍ଶକଙ୍କ ସଂଖ୍ୟା ଅଧିକ ଥିଲା, ଏବଂ ସେମାନଙ୍କ ଆଶା ପୂରଣ କରିବା ପାଇଁ ଚାପ ଥିଲା। ଅନେକ କହିଛନ୍ତି ଯେ ଏହାର ସିକ୍ୱେଲ୍ ଆବଶ୍ୟକ ନାହିଁ।
Powered by Froala Editor