କୋହଳ ହେଲା କର୍ଫ୍ୟୁ

କଟକ: ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ କରାଯାଇଛି । ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ଲାଗିଥିଲା । କର୍ଫ୍ୟୁ ହଟିବା ପରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି । ମଙ୍ଗଳାବାଗ, କ୍ୟାଣ୍ଟନ୍ମେଣ୍ଟ, ପୁରୀଘାଟ, ବାଦାମବାଡି, ଲାଲବାଗ୍, ବିଡାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା । ଭାଇଚାରାର ସହର କଟକରେ ଦୀର୍ଘ ୩୪ ବର୍ଷ ପରେ ଗୋଷ୍ଠୀହିଂସା ଜନିତ କର୍ଫ୍ୟୁ ଫେରିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର ହୋଇଛି।
Powered by Froala Editor