ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଭାରତୀ ସିଂହ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି। ଭାରତୀ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମ୍ର ସେୟାର କରାଯାଇ ଥିବା ଫଟୋରେ ଭାରତୀ ନିଜର ବେବି ବମ୍ପ ଫ୍ଲଣ୍ଟ କରିବାର ନଜର ଆସୁଛନ୍ତି। ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିଆ ତାଙ୍କ ଉପରେ ଖୁବ୍ ଖୁସି ବ୍ୟକ୍ତି କରିବା ଦେଖାଯାଉଛି।
ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରି ଭାରତୀ ସିଂହ ଲେଖିଛନ୍ତି, “ଆମେ ପୁଣି ଥରେ ଗର୍ଭବତୀ।” ୨୦୨୨ ଏପ୍ରିଲ ୩ ତାରିଖରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାର ନାମ ଲକ୍ଷ୍ୟ ଓରଫ ଗୋଲା । ସୋସିଆଲ ମିଡିଆରେ ଭାରତୀ ନିଜ ବ୍ଲଗରେ ପୁଅର ଭିଡିଓ ମଧ୍ୟ ପକାନ୍ତି ।
ଗୋଲା ଜନ୍ମ ଦେବା ପରେ ଭାରତୀ ଅନେକ ଥର ଇଣ୍ଟରଭ୍ୟୁରେ କହି ସାରିଛନ୍ତି ଯେ, ତାଙ୍କୁ ଏବେ କେବଳ ଜଣେ ଝିଅ ଆବଶ୍ୟକ। ଏହି କ୍ରମରେ ଭାରତୀଙ୍କ ଗର୍ଭବତୀ ହେବା ଖବର ଶୁଣି ତାଙ୍କର ପ୍ରଶଂସକ ଖୁବ୍ ଖୁସି ହୋଇଯାଇଛନ୍ତି।
Powered by Froala Editor