ବିଜେପି ସାଂସଦ ଓ ବିଧାୟକଙ୍କ ଉପରେ ପଥର ମାଡ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ସାଂସଦ ଓ ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଆକଳନ କରିବାକୁ ଯାଇଥିଲେ ସାଂସଦ ଓ ବିଧାୟକ। କିନ୍ତୁ ଲୋକମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିବା ସହ ପଥର ମାଡ କରିଥିଲେ । ପରିସ୍ଥିତି ଏତେ ଖରାପ ହୋଇଥିଲା ଯେ ସାଂସଦ ଏବଂ ବିଧାୟକ ଜୀବନ ବଞ୍ଚାଇବାକୁ ପଳାୟନ କରିବାକୁ ପଡିଥିଲା ।
ପଥର ମାଡରେ ମାଲନ୍ଦା ଉତ୍ତର ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡି ବିଧାୟକ ଡାକ୍ତର ଶଙ୍କର ଘୋଷ ଆହତ ହୋଇଥିଲେ । ସେମାନଙ୍କ ଗାଡିର କାଚ ଭାଙ୍ଗିଯାଇଥିଲା । ସୁରକ୍ଷା କର୍ମୀମାନେ କୌଣସି ପ୍ରକାରେ ସେମାନଙ୍କୁ ଭିଡରୁ ଉଦ୍ଧାର କରି ଗାଡିରେ ବସାଇ ମେଡିକାଲକୁ ନେଇଥିଲେ । ପଥର ମାଡ ଯୋଗୁଁ ସାଂସଦଙ୍କ ମୁଣ୍ଡ ଫାଟି ଯାଇଥିବା ସୂଚନା ମିଳିଛି ।
Powered by Froala Editor