୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର, ଆଇନ୍ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଭୁବନେଶ୍ୱର: କଟକ ଅଶାନ୍ତ ଥିବାରୁ ଲାଗିଛି କର୍ଫ୍ୟୁ । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ କଟକଣା ଜାରି କରାଯାଇଛି। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟେନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡାନାସୀ, ମର୍କତନଗର. ସିଡିଏ ଫେଜ-୨, ବାଦାମବାଡି, ବୟାଳିଶ ମୌଜା, ସଦର ଥାନା, ଜଗତପୁର, ମାଲଗୋଦାମ ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ମେଡିକାଲ ଓ ଅତ୍ୟାବଶ୍ୟକ ସେବା ଜାରି ରହିବ। ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ। ଆଇନ୍ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର ପଦପେକ୍ଷ ନିଆଯିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତିି।
ପୁଲିସ ଆୟୁକ୍ତ ଆହୁରି କହିଛନ୍ତି, କଟକରେ ଘଟିଥିବା ଅଘଟଣର ସ୍ଥିତି ପୂରା ନିୟନ୍ତ୍ରଣରେ ରହିଛି। ବିସର୍ଜନରେ ଦିନ ଗଣ୍ଡଗୋଳରେ ୪ଜଣ ଆହତ ହୋଇଥିଲେ। ସିସିଟିଭି ଓ ଡ୍ରୋନ୍ ସହାୟତାରେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଆହତ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି ବୋଲି ଗୁଜବ ପ୍ରଚାର କରାଯାଇଥିଲା। ୩ଜଣ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଅନ୍ୟତମ ଗୁରୁତର ଆହତ ଶଙ୍କର ବିଶ୍ବାଳଙ୍କ ଚିକିତ୍ସା ଜାରି ରହିଛି।
Powered by Froala Editor