ତିନି ବର୍ଷ ପରେ ‘ଛକି ଶୂନ’କୁ ଫେରିଛନ୍ତି ସମ୍ଭାବନା

ପ୍ରାୟ ତିନି ବର୍ଷ ପରେ ଓଲିଉଡ୍କୁ ଫେରିଛନ୍ତି ଓଡ଼ିଆ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା। ‘ଛକି ଶୂନ’ ଜରିଆରେ ତାଙ୍କୁ ସୁପର୍ଷ୍ଟାର୍ ଅନୁଭବ ମହାନ୍ତିଙ୍କ ସହଯୋଗୀ ଭୂମିକାରେ ଦେଖିବାକୁ ମିଳିବ। ‘ଛକି ଶୂନ’ ହେଉଛି ସମ୍ଭାବନାଙ୍କର ତୃତୀୟ ଓଡ଼ିଆ ସିନେମା।
ସୂଚନାଯୋଗ୍ୟ, ୨୦୧୩ରେ ସମ୍ଭାବନା ପ୍ରଥମେ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ରାଜା ତୁ ରାଣୀ’ରେ ନାୟିକା ଭାବେ ପରଦାକୁ ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଅରିନ୍ଦମ। ପ୍ରଥମ ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିବା ପରେ ସମ୍ଭାବନା ଆଗକୁ ଆଉ କିଛି ସିନେମାରେ ଅଭିନୟ କରିବେ ବୋଲି ଆଶା କରାଯାଉଥିଲା। ହେଲେ ପ୍ରାୟ ପାଞ୍ଚବର୍ଷ ପରେ ୨୦୧୮ରେ ନିର୍ମାଣ ଆରମ୍ଭ ହୋଇଥିବା ଏକ ନୂଆ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ସେ ଅଭିନୟ କରିଥିଲେ। ଏହା ୨୦୨୨ରେ ମୁକ୍ତିଲାଭ କରିଥିଲା।
ଏହି ଫିଲ୍ମ ପରେ ସେ ପ୍ରାୟ ଫିଲ୍ମରେ ଆଉ ନଜର ଆସୁନଥିଲେ । ଦୀର୍ଘ ଦିନ ଧରି ସେ ବଲିଉଡ ମୁହାଁ ହୋଇଥିଲେ । ତେବେ ଛକି ଶୂନରେ ପୁଣି ଥରେ ସମ୍ଭାବନାଙ୍କୁ ଦେଖିବା ପରେ ଦର୍ଶକ ଉତ୍ସାହିତ ହୋଇପଡିଛନ୍ତି । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଉଦିତ ଗୁରୁ, ଶ୍ରେୟାଂଶୀ ଓ ଭକ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
Powered by Froala Editor