ବରୁଣେଇରେ ପର୍ଯ୍ୟଟକଙ୍କୁ ଆକ୍ରମଣ କଲା ବାରହା

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବରୁଣେଇରେ ରବିବାର ବାରହା ଆତଙ୍କ ଦେଖିବାକୁ ମିଳିଛି। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି।ପୀଠରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Powered by Froala Editor