ଚା ଦୋକାନ ଉପରକୁ ମାଡ଼ିଗଲା ଟାଟା ମ୍ୟାଜିକ୍ ଗାଡି, ଦୁଇ ଗୁରୁତର
ସିମୁଳିଆ: ବାଲେଶ୍ଵର ଜିଲ୍ଲା ଜାତୀୟ ରାଜପଥରେ ଏକ ଚା ଦୋକାନ ଉପରକୁ ଟାଟା ମ୍ୟାଜିକ୍ ଗାଡି ମାଡିଯାଇଛି। ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଟାଟା ମ୍ୟାଜିକ୍ ଗାଡିଟି ପଶ୍ଚିମବଙ୍ଗ କଲିକତାରୁ ରାୟଗଡା ଟିକିରି ଯାଉଥିଲା। ଟାଟା ମ୍ୟାଜିକ୍ ଗାଡି ଚାଳକଙ୍କୁ ନିଦ ଲାଗିଯିବାରୁ ହଠାତ ଷଣ୍ଢ ଗାଡି ଆଗକୁ ଚାଲିଆସିଥିଲା। ଫଳରେ କୁଣିଆରୀ ଛକ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଏକ ଚା ଦୋକାନ ଗୁମୁଟି ଉପରକୁ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l
Powered by Froala Editor