ବେନୀଙ୍କ ହାତ ଧରିଲେ ହଲିଉଡର ପ୍ରସିଦ୍ଧ ଗାୟିକା

ହଲିଉଡର ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜ ଦୀର୍ଘ ଦିନର ପ୍ରେମିକ ବେନୀ ବ୍ଲାଙ୍କୋଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୭ ସେପ୍ଟେମ୍ବରରେ ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋ ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଖ୍ରୀଷ୍ଟିୟାନ ଧର୍ମର ରୀତିନୀତି ଅନୁସାରେ ବିବାହ କରିଛନ୍ତି।
୩୩ ବର୍ଷୀୟ ସେଲିନା ଜୀବନରେ ବାସ୍ତବ ପ୍ରେମକୁ ଭେଟିବା ପରେ ବିଳମ୍ବ ନକରି ସେ ତାଙ୍କ ସହ ବିବାହ କରିଛନ୍ତି। ସେଲିନା ଓ ବେନୀ ଦୁହେଁ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିବାହର ଫଟୋଗୁଡ଼ିକ ଅତ୍ୟନ୍ତ ସୁନ୍ଦର ହୋଇଛି। ସେଲେନା ଓ ବେନୀଙ୍କ ବିବାହ ଖବର ପ୍ରଶଂସକମାନଙ୍କୁ ଭାବୁକ କରିଦେଇଛି।
ବେନୀ ଜଣେ ଆମେରିକୀୟ ରେକର୍ଡ ପ୍ରଯୋଜକ ଏବଂ ଗୀତିକାର। ଦମ୍ପତି ବିବାହର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେଲିନା ଏକ ଅତ୍ୟନ୍ତ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧିଛନ୍ତି। ସେଲିନା ବେନୀଙ୍କ ପୂର୍ବରୁ ଜଷ୍ଟିନ ବିବର, ଟେଲର ଲଟନର ଓ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ ଜୋନାସଙ୍କୁ ଡେଟ କରିଥିଲେ। ହଲିଉଡର ଅନେକ ତାରକା ସେଲିନା ଗୋମେଜ ଓ ବେନୀ ବ୍ଲାଙ୍କୋଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି।
Powered by Froala Editor