ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲସ୍କର-ଏ-ତୈବ ଏବଂ ଜୈଶ-ଏ-ମହମ୍ମଦ ସେମାନଙ୍କର ଆଡ୍ଡା ସ୍ଥାନାନ୍ତର କରିଛନ୍ତି । ଲସ୍କର-ଏ-ତୈବ ନିଜର ତାଲିମ କେନ୍ଦ୍ରକୁ ଖାଇବର ପଖତୁନଖ୍ୱାକୁ ସ୍ଥାନାନ୍ତର କରିଛି । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯାହାକି ସାଟେଲାଇଟ୍ ଚିତ୍ର ଏବଂ ଭିଡ଼ିଓ ଦ୍ୱାରା ପ୍ରମାଣିତ କରୁଛି ।
ଏକ ସୂତ୍ରରୁ ଜଣାପଡିଛି ଯେ ଲସ୍କର-ଏ-ତୈବା ଖାଇବର ପଖତୁନଖ୍ୱାରେ ଏକ ଆତଙ୍କବାଦୀ ଘାଟି ସ୍ଥାପନ କରୁଛି । ଏହି ଘାଟି ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ପାକିସ୍ତାନ ସରକାର ଏବଂ ସେନା, ଆଇଏସଆଇ ସହାୟତାରେ ଏହି ଘାଟି ନିର୍ମାଣ କରୁଛି ।
Powered by Froala Editor