କଲରାରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ
କଲରାର ସ୍ବାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ବେଶ୍ ଲାଭପ୍ରଦ ହୋଇଥାଏ। କେବଳ ସେତିକି ନୁହେଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ୍-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ। ଜଣେ ଡାଇବେଟିସ୍ ରୋଗୀ ଏହାକୁ ପ୍ରତିଦିନ ଖାଇବା ନିହାତି ଦରକାର। କାରଣ ଏହା ରକ୍ତରେ ସୁଗାର ପରିମାଣକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। କଲରାରେ କ୍ୟାଲୋରୀ, ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟ୍ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ। ଏହା ସହ ଲିଭରରୁ ବାଇଲ୍ ଏସିଡ଼୍ କ୍ଷରଣ କରିଥାଏ। ଏହାବ୍ୟତୀତ ଶରୀରରେ ଆଲର୍ଜି ହେବାକୁ ଦେଇ ନ ଥାଏ।
Powered by Froala Editor