ୟୁପି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ: ମୋଦୀ କଲେ ଉଦଘାଟନ
ନୂଆଦିଲ୍ଲୀ : ଗ୍ରେଟର ନୋଏଡା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଅର୍ଥାତ୍ ୨୫ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାରେ ପହଞ୍ଚି ୟୁପି ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ (ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ) ୨୦୨୫ର ଉଦ୍ଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାର ନଲେଜ୍ ପାର୍କରେ ଥିବା ଇଣ୍ଡିଆ ଏକ୍ସପୋ ସେଣ୍ଟର ଏବଂ ମାର୍ଟରେ ସେପ୍ଟେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୟୁପି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ ୨୦୨୫କୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଧାସଳଖ ହେଲିକପ୍ଟର ଯୋଗେ ଗ୍ରେଟର ନୋଏଡାର ଏକ୍ସପୋ ମାର୍ଟରେ ପହଞ୍ଚିଥିଲେ। ତାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ।
Powered by Froala Editor