କଅଁଳା ଶିଶୁ ମୁହଁରେ ଲଗାଇ ଦେଲେ ଫେବିକ୍ଵିକ୍ ତାପରେ ......

ନୂଆଦିଲ୍ଲୀ : ରାଜସ୍ଥାନ ଭିଲଓ୍ବାଡା ଜିଲ୍ଲା ବିଜୌଲିଆ ଉପଖଣ୍ଡର ଖେଡା ରୋଡ୍ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ। କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। ଏତିକି ବେଳେ ଜଙ୍ଗଲରେ କିଛି ଶଦ୍ଦ ଶୁଣିଥିଲେ। କେହି ଦୁର୍ବୁତ୍ତ ଏକ ୧୦-୧୨ ଦିନର ଶିଶୁର ମୁହଁରେ ଫେବିକ୍ଵିକ୍ ଲଗାଇ ପଥର ତଳେ ପୋତି ଦେଇଥିବା ଦେଖିବାକୁ ପାଇଥିଲେ। ତାପରେ ପାଖ ଗାଁ ଲୋକଙ୍କୁ ଡାକିବା ସହ ପୁଲିସ୍ କୁ ଖବର ଦେଇଥିଲେ। ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Powered by Froala Editor