‘କାନ୍ତାରା ଚାପ୍ଟର ୱାନ୍’ ଟ୍ରେଲର ରିଲିଜ

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୱାନ୍’ ଫିଲ୍ମର ଟ୍ରେଲର । ୨୦୨୨ରେ ରିଲିଜ ହୋଇଥିବା କାନ୍ତାରା ସୁପର ହିଟ୍ ହୋଇଥିବାବେଳେ ଦର୍ଶକଙ୍କୁ ଫିଲ୍ମଟି ବେଶ୍ ପସନ୍ଦ ଆସିଥିଲା । ଲୋକମାନେ ଫିଲ୍ମର ମୁଖ୍ୟ ଅଭିନେତା ରିଷଭ ସେଟ୍ଟିଙ୍କୁ ମଧ୍ୟ ଖୁବ୍ ଭଲପାଇବା ଦେଇଥିଲେ ।
ଯେଉଁଠାରେ କାନ୍ତାରା ସରିଥିଲା, ସେଠାରୁ ହିଁ କାନ୍ତାରା ଚାପ୍ଟର ୱାନ୍ ଟ୍ରେଲର ଆରମ୍ଭ ହୋଇଛି । ୨୦୨୨ରେ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିବା କାନ୍ତାରାର ଏହା ସିକ୍ୱେଲ । ଚାପ୍ଟର ୱାନ୍ର ଟ୍ରେଲରକୁ ଦେଖି ଫିଲ୍କର କାହାଣୀକୁ ସସପେନ୍ସ ରଖିବା ସହ ଦର୍ଶକଙ୍କୁ ଖୁବ ମନୋରଞ୍ଜନର ଖୁରାକ ଯୋଗାଇ ଦିଆଯାଇଛି । ଟ୍ରେଲର ରିଲିଜ ହେବାର ମାତ୍ର ୨୧ଘଣ୍ଟାରେ କୋଟି କୋଟି ଦର୍ଶକ ଏହାକୁ ଦେଖିସାରିଲେଣି । ଯେଉଁଥିରୁ ଜଣାପଡିଛି ଯେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କେତେ ମାତ୍ରାରେ କ୍ରେଜ୍ ରହିଛି ।
କାନ୍ତାରାରେ ରିଷଭଙ୍କୁ ଏକ ଭିନ୍ନ ଚରିତ୍ରରେ ସିନେପ୍ରେମୀ ଦେଖିଥିବାବେଳେ ଚାପ୍ଟର-୧ରେ ରିଷଭଙ୍କ ଚରିତ୍ର ରହିଛି ଆହୁରି ଦମଦାର । ପ୍ରପର ବଡି ସେପ୍ ଏବଂ ଲମ୍ବା କେଶ, ଦାଢ଼ିରେ ରିଷଭଙ୍କ ଲୁକ୍ ବେଶ୍ ଆକୃଷ୍ଟ କରିଛି ।
ଟ୍ରେଲର ଆରମ୍ଭରୁ କୁନି ପୁଅ ଶିବା କହୁଛି, ମୋ ବାପା ଠିକ୍ ଏହି ସ୍ଥାନରୁ କ’ଣ ପାଇଁ ଉଭେଇଗଲେ? ଯାହାପରେ ସ୍କ୍ରିନରେ ଗୁଲସନ ଜଣେ କଠୋର ରାଜା ଭୂମିକାରେ ସ୍କ୍ରିନରେ ଉଭା ହେଉଛନ୍ତି । ରୁକମିଣି ବସନ୍ତ ଫିଲ୍ମରେ ଜଣେ ରାଜକୁମାରୀ ଭୂମିକରାରେ ନଜରକୁ ଆସିଛନ୍ତି । ଯାହାର ପ୍ରେମରେ ଶିବାର ପୂର୍ବପୁରୁଷ ପଡ଼ୁଥିବା ଏଥିରେ କୁହାଯାଇଛି ।
ସିନେମାରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଋଷଭ ସେଟ୍ଟୀ । ଋଷଭଙ୍କ ଦମଦାର ଅଭିନୟ ପୁଣି ଥରେ ଦର୍ଶକଙ୍କୁ ଆକର୍ଷଣ କରିଛି।
Powered by Froala Editor