ପ୍ରତିଦିନ କଦଳୀ ଖାଇଲେ ମିଳିଥାଏ ସୁଫଳ
ଏବେ ସବୁ ରୋଗର କାରଣ ପାଲଟିଛି ଅନିୟମିତ ଜୀବନଶୈଳି। ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । ଏହାଯୋଗୁ ରକ୍ତବାହୀ ଧମନୀ ଗୁଡିକ ଉପରେ ଚାପ ପଡ଼େ। ଫଳରେ ହାର୍ଟ ଆଟାକ ଓ ବ୍ରେନ ଷ୍ଟ୍ରୋକର ଆଶଙ୍କା ବଢିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କଦଳୀ ଖାଇଲେ ସୁଫଳ ମିଳିଥାଏ ବୋଲି ଗବେଷକମାନେ କହିଛନ୍ତି। ଏହାଦ୍ୱାରା ରକ୍ତଚାପ ସ୍ବାଭାବିକ ଅବସ୍ଥାକୁ ଆସିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। କଦଳୀରେ ଥିବା ପୋଟାସିୟମ ଶରୀରରେ ଥିବା ତରଳ ପଦାର୍ଥ ମଧ୍ୟରେ ସମନ୍ବୟ ରଖିଥାଏ। ଫଳରେ ରକ୍ତଚାପ ସ୍ବାଭାବିକ ରୁହେ। ସେହିପରି କଦଳୀ ଖାଇଲେ ଡାଇବେଟିସ ହେବାର ଆଶଙ୍କା କମ ହୁଏ। କଦଳୀ ହାର୍ଟଆଟାକ କ୍ଷେତ୍ରରେ ମହୌଷଧୀ ଭଳି କାମ କରିଥାଏ।
Powered by Froala Editor