ଅତୀତକୁ ବାରମ୍ବାର ମନେ ପକାଇଲେ ହୋଇଥାଏ କଷ୍ଟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ବିଶେଷକରି ଜୀବନକୁ ସହଜ ଏବଂ ସରଳ କରିବାକୁ ନେଇ ଚାଣକ୍ୟ ଅନେକ ଉପାୟ କହିଛନ୍ତି। ଯେପରିକି:
ଯାହା ବିତିଗଲା ତାକୁ ଭୁଲିଯାଆନ୍ତୁ: ଚାଣକ୍ୟ କୁହନ୍ତି ଜଣେ ଯଦି ଜୀବନରେ ସୁଖ ଶାନ୍ତି ଚାହାନ୍ତି ତେବେ ଯାହା ବିତିଯାଇଛି ତାକୁ ଭୁଲିଯାଆନ୍ତୁ। ଯଦି କେହି ଅତୀତକୁ ବାରମ୍ବାର ମନେ ପକାଇଥାଏ, ତେବେ ତାକୁ କଷ୍ଟ ହୋଇଥାଏ।
ଭୁଲ ଉପାୟରେ ଧନ ଅର୍ଜନ କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଚରିତ୍ରକୁ ନଷ୍ଟ କରି ଟଙ୍କା ରୋଜଗାର କରିଥାନ୍ତି ସେମାନେ ଜୀବନରେ କେବେ ହେଲେ ସଫଳ ହୁଅନ୍ତି ନାହିଁ। ସେମାନେ ଜୀବନରେ ଯନ୍ତ୍ରଣା ଭୋଗିଥାନ୍ତି।
ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହ: ଚାଣକ୍ୟ କୁହନ୍ତି ଜଣେ ସର୍ବଦା ନିଜ ଜୀବନରେ ଥିବା ଖରାପ ଲୋକଙ୍କଠାରୁ ଦୂରରେ ରହିବା ଉଚିତ।
ଏପରି ଲୋକଙ୍କଠାରୁ ଦୂରରେ ରୁହନ୍ତି ଲକ୍ଷ୍ମୀ: ଲକ୍ଷ୍ମୀ ସର୍ବଦା ଏଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତି ଯାହାର ଦାନ୍ତ ସଫା ନ ଥାଏ, ଯେଉଁମାନେ ପରିଷ୍କାର ପୋଷାକ ପିନ୍ଧନ୍ତି ନାହିଁ ଏବଂ କଠୋର ଶବ୍ଦ କୁହନ୍ତି। ଏପରି ବ୍ୟକ୍ତିତ୍ୱ ଯେତେ ବଡ଼ ହେଲେ ମଧ୍ୟ ଲକ୍ଷ୍ମୀଙ୍କ ଆଶୀର୍ବାଦ କେବେବି ପ୍ରାପ୍ତ ହୁଏ ନାହିଁ।
ତୁମର ଦୁର୍ବଳତା ଅନ୍ୟକୁ ଦେଖାନ୍ତୁ ନାହିଁ: ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ନିଜର ଦୁର୍ବଳତା କେବେବି ଅନ୍ୟକୁ ଦେଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଜଣେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଏ।
Powered by Froala Editor