୭୫ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ, ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।
ଜନ୍ମଦିନରେ ମହିଳାଙ୍କ ପାଇଁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି । ଏଥିସହ ସ୍ବଦେଶୀ ଉପରେ ବେଶି ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତ ମାଧ୍ୟମରେ ବିକଶିତ ଭାରତ ଗଠନକୁ ପ୍ରାଧ୍ଯାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ବଦେଶୀ ଉତ୍ପାଦନ ପାଇଁ ଆହ୍ବାନ ଦେଇ ଦେଶବାସୀଙ୍କୁ ମୋଦୀ କହିଛନ୍ତି-ଆପଣ ଯେତେବେଳେ, ଯେଉଁ ସମୟରେ ଏବଂ ଯେଉଁଠୁ ବି କିଛି କିଣନ୍ତୁ ସେତେବେଳେ ଆପଣ ସ୍ବଦେଶୀ ସାମଗ୍ରୀ ହିଁ କିଣନ୍ତୁ ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେଉଁଠି ବୃକ୍ଷ ରୋପଣ, କେଉଁଠି ରକ୍ତଦାନ ଶିବିର ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ନେଇ ବିଭିନ୍ନ ରାଷ୍ଟ୍ରନେତା ଶୁଭେଚ୍ଛା ଜଣାଇଛନ୍ତି । ସେପଟେ କ୍ରୀଡ଼ାଠୁ ନେଇ କଳାକାରଜଗତର ବ୍ୟକ୍ତିବିଶେଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
Powered by Froala Editor