୧୬ରେ ସର୍ବଦଳୀୟ ବୈଠକ, ୧୮ରୁ ମୌସୁମୀ ଅଧିବେଶନ
ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯିବ। ସୁରୁଖୁରରେ ବିଧାନସଭା ସାରିବା ନେଇ ଆଲୋଚନା ବୋଲି ଜଣାପଡ଼ିଛି।
ଅଧିବେଶନରେ ୭ଟି କାର୍ଯ୍ୟଦିବସ ଥିବା ବେଳେ, ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗରେ ଅଧିବେଶନକୁ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିବେ ବାଚସ୍ପତି। ଦେଢ଼ବର୍ଷର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି। ବିଶେଷକରି ଚାଷୀ ସମସ୍ୟା ରାଜ୍ୟରେ ଉତ୍କଟ ରୂପ ନେଇଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ପଚାରିବ ପ୍ରଶ୍ନ। ସାର କଳାବାଜାରୀ ଓ ଚାଷୀଙ୍କୁ ୟୁରିଆ ସାର ନମିଳିବା, ଧାନ ପଞ୍ଜିକରଣ ଠିକ ସେ ନହେବା ଯୋଗୁଁ ସାରା ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ।
ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବିଜେଡି। କଂଗ୍ରେସ ମଧ୍ୟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଏନଏସି ଘୋଷଣାରେ ପାତରଅନ୍ତର ଭଳି ଅନେକ ପ୍ରସଙ୍ଗକୁ ଗୃହରେ ଉଠାଇବ।
ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।
Powered by Froala Editor