ଐଶ୍ୱର୍ଯ୍ୟାଙ୍କ ପରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିଷେକ

ପ୍ରଥମେ ଶ୍ୱଶୁର ପରେ ବୋହୂ ଆଉ ଏବେ ଅଭିନେତା ପୁଅ ହାଇକୋର୍ଟର କବାଟ ବାଡେଇଛନ୍ତି। କିଛିଦିନ ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ କୋର୍ଟରେ ପହଞ୍ଚିଥିଲେ। ଆଉ ନିକଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଆଜି ଅଭିନେତା ଅଭିଷେକ ବଚ୍ଚନ ହାଇକୋର୍ଟରେ ପହଞ୍ଚିଛନ୍ତି।
ଅଭିଷେକ ବଚ୍ଚନ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଉପରେ ତାଙ୍କ ନାମ, ଫଟୋଗ୍ରାଫ୍, ସ୍ୱର ଏବଂ ପ୍ରଦର୍ଶନକୁ ତାଙ୍କ ଅନୁମତି ବିନା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ଅଭିଷେକ ବଚ୍ଚନଙ୍କ ପିତା ଅମିତାଭ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ବ୍ୟକ୍ତିତ୍ୱ ଅଧିକାର ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଆବେଦନରେ କୁହାଯାଇଛି ଯେ ତାଙ୍କର କିଛି ଅନ୍ତରଙ୍ଗ ଫଟୋଗ୍ରାଫ, ଯାହା ସମ୍ପୂର୍ଣ୍ଣ ଅବାସ୍ତବ, କଫି ମଗ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି। ସେ କହିଛନ୍ତି ଯେ ଯେଉଁ ସ୍କ୍ରିନସଟଗୁଡ଼ିକରେ ଫଟୋଗ୍ରାଫଗୁଡ଼ିକୁ ବିକୃତ କରାଯାଇଛି, ତାହା କେବେବି ଐଶ୍ୱର୍ଯ୍ୟା ରାୟଙ୍କର ନୁହେଁ। ଏଗୁଡ଼ିକ ସବୁ AI ଦ୍ୱାରା ଜେନେରେଟେଡ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୫, ୨୦୨୬ରେ ହେବ।
Powered by Froala Editor