ଉପରାଷ୍ଟ୍ରପତି ନିର୍ବାଚନ: ମୋଦୀ ଦେଲେ ପ୍ରଥମ ଭୋଟ୍
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ କରାଯିବ । ଗୋପନ ବାଲଟରେ ଭୋଟ୍ ଦେଉଛନ୍ତି ସାଂସଦ । ସଂସଦ ଭବନରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ରହିଛନ୍ତି । ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟ ନାସିର୍ ହୁସେନ୍, ମାଣିକମ୍ ଟାଗୋର ଓ ଶକ୍ତି ସିଂହ ଗୋହିଲ୍ । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଓ ଇଣ୍ଟି ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ଏନଡିଏରୁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପ୍ରାର୍ଥୀ ଅବସରପ୍ରାପ୍ତ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଫାଇଟ୍ ହେଉଛି ।
Powered by Froala Editor