ଗଜରା ପାଇଁ ଅଭିନେତ୍ରୀଙ୍କ ଉପରେ ଲାଗିଲା ୧.୨୫ ଲକ୍ଷ ଫାଇନ୍

ମୁଣ୍ଡରେ ଫୁଲର ଗଜରା ଲଗାଇବା ଭାରତରେ ସାଧାରଣ କଥା। କିନ୍ତୁ ଫୁଲର ଗଜରା ବିଶ୍ୱର ବିଭିନ୍ନ ସ୍ଥାନରେ ଗ୍ରହଣୀୟ ନୁହେଁ। ବିଶେଷ କରି ଅଷ୍ଟ୍ରେଲିଆରେ ଯସ୍ମୀନ ଫୁଲର ଗଜରା ଲଗାଇବା କିମ୍ବା ନିଜ ପାଖରେ ରଖିବା ଅପରାଧ। ଯସ୍ମୀନ ଫୁଲର ଗଜରା ପାଖରେ ରଖିବା ପାଇଁ ଜଣେ ଅଭିନେତ୍ରୀଙ୍କ ଉପରେ ଲାଗିଛି ମୋଟା ଅଙ୍କର ଜୋରିମାନା।
ନିକଟରେ, ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନଭ୍ୟା ନାୟାର ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେ ମାଲାୟାଲୀ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଓନମ ଉତ୍ସବରେ ଅଂଶଗ୍ରହଣ କରିବାକୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ସହିତ ଏପରି ଏକ ଘଟଣା ଘଟିଗଲା, ଯାହା ସେ କେବେ କଳ୍ପନା କରିନଥିଲେ।
ନଭ୍ୟା ବ୍ୟାଗରେ ଯସ୍ମୀନ ଫୁଲର ଗଜରା ରଖିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଏୟାରପୋର୍ଟ କର୍ତ୍ତୃପକ୍ଷ ୧.୨୫ ଲକ୍ଷର ଜୋରିମାନା ମଧ୍ୟ ଲଗାଇଛନ୍ତି।
ମେଲବୋର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ନଭ୍ୟାଙ୍କ ହ୍ୟାଣ୍ଡବ୍ୟାଗରେ ଗଜରା ଥିବାରୁ ଅଷ୍ଟ୍ରେଲିଆ ସୀମା ସୁରକ୍ଷା ବଳ ତାଙ୍କୁ ଅଟକାଇଲା। ୧୫ ସେମି ଲମ୍ବର ଏକ ଛୋଟ ଗଜରା ପାଇଁ ତାଙ୍କୁ ପ୍ରାୟ ୧.୨୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଲା। ସେ ଓନମ୍ ଉତ୍ସବର ମଞ୍ଚରୁ ଏହି ଘଟଣା ସେୟାର କରିଥିଲେ। ନଭ୍ୟା କହିଥିଲେ ଯେ ତାଙ୍କ ବାପା କୋଚି ବିମାନବନ୍ଦରରୁ ତାଙ୍କ ପାଇଁ ଏହି ଗଜରା କିଣିଥିଲେ। ନଭ୍ୟା ଜାଣି ନଥିଲେ ଯେ ଅଷ୍ଟ୍ରେଲିଆକୁ ଏହିପରି ଫୁଲ ନେବା ଆଇନ ବିରୁଦ୍ଧ। ମଞ୍ଚ ଉପରେ ଭାଷଣ ଦେଇ ନଭ୍ୟା କହିଲେ, 'ମୁଁ ଜାଣିଛି ମୁଁ ଏକ ଭୁଲ କରିଛି, କିନ୍ତୁ ଏହା ଜାଣିଶୁଣି କରାଯାଇ ନଥିଲା।
Powered by Froala Editor