ଘରେ ଲଗାନ୍ତୁ ଏହି ଗଛ, ବଢିବ ସୁଖ-ସମୃଦ୍ଧି
ସମସ୍ତେ ଚାହାଁନ୍ତି ଶାନ୍ତିପୂର୍ଣ୍ଣ ଜୀବନ ଓ ଟଙ୍କା ପଇସାର ବୃଦ୍ଧି । ଏଥିପାଇଁ ଲୋକେ ଦିନ ରାତି ପରିଶ୍ରମ କରିଥାନ୍ତି । ଯଦି କଠୋର ପରିଶ୍ରମ ପରେ ଘରେ ଅସୁବିଧା ବଢିଥାଏ, ତେବେ ବାସ୍ତୁ ଅନୁସାରେ ଏହାର ସମାଧାନ ରହିଛି । ଏମିତି କିଛି ଗଛ ଅଛି ଯାହା ଲଗାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଆସିଥାଏ ।
ହଳଦୀ ଗଛ : ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ଏହା ଲଗାଇବା ଦ୍ୱାରା ଘରେ ଦୁର୍ଭାଗ୍ୟ ଦୂର ହୋଇଥାଏ ଓ ବ୍ୟକ୍ତିର ବୃହସ୍ପ ି ଗ୍ରହ ମଜଭୁତ ହୋଇଥାଏ । ବିବାହକୁ ନେଇ ଉପୁଜୁଥିବା ସମସ୍ୟା ମଧ୍ୟ ଦୂର ହେବା ସହ ଘରୁ ନକରାତ୍ମକତା ଦୂର ହୋଇଥାଏ ।
ଆଲୋଭେରା ଗଛ: ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହା ଅତ୍ୟନ୍ତ ଉପାଦେୟ । ଏହି ଗଛ ଲଗାଇବା ଦ୍ୱାରା ଚାକିରୀ ଓ କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଦୂର ହୋଇଥାଏ ।
ବାଉଁଶ ଗଛ: ପେଙ୍ଗସୁଇରେ ବାଉଁଶଗଛ ଲଗାଇବାକୁ କୁହାଯାଏ । ଏହାକୁ ଲଗାଇଲେ ଦୁର୍ଭାଗ୍ୟ ଦୂର ହୁଏ । ଏହା ଘରେ ଯଶ, କୀ ର୍ି, ସ୍ୱାସ୍ଥ୍ୟ ଏବଂ ସୌଭାଗ୍ୟ ବୃଦ୍ଧି କରିଥାଏ ।
ତୁଳସୀ ଗଛ: ତୁଳସୀ ଔଷଧୀୟ ଗୁଣରେ ଭରପୂର ଥାଏ । ଏଥିସହ ଏହି ବୃକ୍ଷ ଲଗାଇବା ଦ୍ୱାରା ଘରେ ସକରାତ୍ମକତା ଆସିଥାଏ ଓ ଏଥିରେ ଭାଗ୍ୟ ବଦଳାଇବାର ଶକ୍ତି ମଧ୍ୟ ଥାଏ । ବାସ୍ତୁ ଅନୁସାରେ ଏହାକୁ ଉ ର ପୂର୍ବ ଓ ଉ ର ଦିଗରେ ଲଗାଇଲେ ଅଧିକ ଶୁଭ ଫଳ ମିଳିଥାଏ ।
ମନି ପ୍ଲା : ଏହି ବୃକ୍ଷ ଲଗାଇଲେ ଘରର ସମସ୍ୟା ଦୂର ହୋଇଥାଏ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇନଥାଏ ।
Powered by Froala Editor