ଏବେ ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ବର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍ ପୁଲିସ । ଦିନ ୧୦ଟା ୩୦ମିନିଟରେ ବିଭିନ୍ନ ହଷ୍ଟେଲରେ ପୁଲିସ ଟିମ୍ ଚଢାଉ କରି ଅଣଛାତ୍ରଙ୍କୁ ତଡିବାରେ ଲାଗିଛି । ହଷ୍ଟେଲ ୧,୨,୩,ଓ ୫ ରୁ ବିଦା ହେବେ ସମସ୍ତ ଅଣଛାତ୍ର । ପୁଲିସ ଅଧିକାରୀଙ୍କ ସହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡରେ ସାମିଲ ହୋଇଛନ୍ତି । ଚଢାଉ ପାଇଁ ଆଜି ଦିନ ୧ଟା ୩୦ମିନିଟ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନସିଲ୍ । ଅଣଛାତ୍ରଙ୍କୁ ତଡିବା ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Powered by Froala Editor