ନଦୀକୁ ଯାଇଥିଲେ କଙ୍କଡା ଧରିବାକୁ ମା’ପୁଅ, ହୋଇଗଲେ ନିଖୋଜ
ଭୁବନେଶ୍ବର: କେନ୍ଦ୍ରାପଡା ଭିତରକନିକା ଜଙ୍ଗଲରେ ନଦୀକୁ କଙ୍କଡା ଧରିବାକୁ ଯାଇଥିବା ବେଳେ ନିଖୋଜ ହୋଇଛନ୍ତି ମାଆ ପୁଅ । ୫ଦିନ ତଳେ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇଥିଲେ ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା । ହେଲେ ଏଯାବତ ଫେରିନଥିବାରୁ ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଛନ୍ତି ବନବିଭାଗର ୧୦ଟି ଟିମ୍ । ମାଆ ପୁଅକୁ ଖୋଜିବାକୁ ତାଳଚୂଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସହାୟତା ନିଆଯାଇଛି ।
Powered by Froala Editor