ବିଜେଡି ଓ ବିଜେପିର ମୁଖିଆ ଦିଲ୍ଲୀ ଗସ୍ତରେ
ଭୁବନେଶ୍ଵର : ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ଆଜି ସକାଳେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ଦୁଇ ଦଳ ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନକ ପୂର୍ବରୁ ମନମୋହନ ଦିଲ୍ଲୀ ଗସ୍ତରୁ ଫେରିଥିଲେ ।
Powered by Froala Editor